You are here

Back to top

Ama Samayara Nirbachita Ekankika (Paperback)

Ama Samayara Nirbachita Ekankika Cover Image
By Mamata Sahoo (Compiled by)
$18.00
Usually Ships in 1-5 Days
(This book cannot be returned.)

Description


ସ୍ୱଳ୍ପ ଆୟତନ ଓ ସମୟ ଭିତରେ କଥାବସ୍ତୁକୁ ବିଭିନ୍ନ ଘଟଣା ଓ ଚରିତ୍ର ମାଧ୍ୟମ ଦେଇ ଚରମ ପରିଣତି ଆଡ଼କୁ ଯଦି କେହି ଅଗ୍ରସର କରାଇପାରେ ତେବେ ସେ ହେଉଛି ଏକାଙ୍କିକା ବା ଛୋଟ ନାଟକ । ଏଇ ସଂକଳନ କାର୍ଯ୍ୟ ମୁଖ୍ୟତଃ ଏକାଙ୍କିକା ଓ ଛୋଟ ନାଟକକୁ ନେଇ ହୋଇଛି । ଦୀର୍ଘ ନାଟକ ଅପେକ୍ଷା ଏକାଙ୍କିକା ବା ଛୋଟ ନାଟକ ବହୁ ଲୋକପ୍ରିୟତା ଅର୍ଜ୍ଜନ କରିପାରଛି । ଓଡ଼ିଆ ସାହିତ୍ୟରେ ଏକାଙ୍କିକା ପ୍ରାୟ ୧୯୪୦ ମସିହାରୁ ଏପର୍ଯ୍ୟନ୍ତ ଲେଖାହୋଇ ଆସୁଛି । ଦୀର୍ଘ ଅଶି ବର୍ଷ ଭିତରେ ନାଟ୍ୟକାରମାନେ ବିଭିନ୍ନ ପରୀକ୍ଷା ନିରୀକ୍ଷା କରିଆସୁଛନ୍ତି ବିଭିନ୍ନ ନାଟକ ଓ ଏକାଙ୍କିକାରେ । ଫଳରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଏକାଙ୍କିକା ଯାହା ଥିଲା ବର୍ତ୍ତମାନ ତା'ର ନାମ ବଦଳାଇ ଛୋଟ ନାଟକରେ ରୂପାନ୍ତରିତ । ଏହି ଏକାଙ୍କିକାର ପ୍ରୟାସ ନାଟ୍ୟକାର କାଳୀଚରଣ ପଟ୍ଟନାୟକଙ୍କଠାରୁ ଆରମ୍ଭ ହୋଇଛି । ଦୀର୍ଘ ନାଟକ ଅପେକ୍ଷା ଛୋଟ ନାଟକ ବା ଏକାଙ୍କିକା ଖୁବ୍ ସୁଦୂର ପ୍ରସାରୀ ଓ ଭାବଗର୍ଭକ । କେବଳ ସେତିକି ନୁହେଁ ବଂର ଏହି ପ୍ରକାରର ନାଟ୍ୟରଚନା ବିଶ୍ୱ ନାଟ୍ୟଧାରା ସହ ସମକକ୍ଷ ହୋଇ ପାରିଛି । ପ୍ରାଣବନ୍ଧୁ କରଙ୍କଠାରୁ ସୁବୋଧ ପଟ୍ଟନାୟକ(ନାଟ୍ୟଚେତନା)ଙ୍କ ପର୍ଯ୍ୟନ୍ତ ବିଭିନ୍ନ ଏକାଙ୍କିକା ଦେଶ ବିଦେଶରେ ମଞ୍ଚସ୍ଥ ହୋଇ ସଫଳତା ଲାଭ କରିଛି । କେବଳ ଯେ ଅବସର ବିନୋଦ ନିମନ୍ତେ ଏକାଙ୍କିକା ଲେଖାଯାଇଛି ତା'ନୁହେଁ ବରଂ ମଣିଷ ଜୀବନର ଜଟିଳ ଦିଗ ଓ ବିଭିନ୍ନ ସମସ୍ୟାକୁ ମଧ୍ୟ ରୂପାୟିତ କରାଯାଇଛି । କାଳୀଚରଣ ପଟ୍ଟନାୟକଙ୍କ 'ଦେବତାର ତଳେ' ଏକାଙ୍କିକାଠାରୁ ଆରମ୍ଭ କରି ଶଙ୍କର ପ୍ରସାଦ ତ୍ରିପାଠୀଙ୍କ 'ପଶୁଘାତ' ଏକାଙ୍କିକା ପର୍ଯ୍ୟନ୍ତ ପ୍ରାୟ ସମସ୍ତ ଏକାଙ୍କିକାରେ ଜୀବନର ଗଭୀରତମ ଦିଗ, ବିଭିନ୍ନ ମନସ୍ତାତ୍ତ୍ୱିକ ଚିନ୍ତନ, ପ୍ରଗତିଶୀଳ ସମାଜର ଚିତ୍ର ଓ ବହୁବିଧ ସମସ୍ୟାକୁ ଦେଖିବାକୁ ପାଇବା । ତା'ସହିତ ବିଭିନ୍ନ ପୌରାଣିକ, ସାମାଜିକ ଓ ମନସ୍ତାତ୍ତ୍ୱିକ କାହାଣୀକୁ ଆଧାର କରି ରଚନା ହୋଇଥିବା ଛୋଟ ନାଟକ ଗୁଡ଼ିକରେ ମଣିଷ ଜୀବନର ଅବ୍ୟକ୍ତ ଯନ୍ତ୍ରଣା, ଅସହାୟତା, ନୈରାଶ୍ୟ, ବିଫଳତା ପ୍ରଭୃତିକୁ ନାଟ୍ୟକାରମାନେ ସଫଳତା ସହକାରେ ଉପସ୍ଥାପନ କରିପାରିଛନ୍ତି ।


Product Details
ISBN: 9781645601258
ISBN-10: 1645601250
Publisher: Black Eagle Books
Publication Date: December 7th, 2022
Pages: 364
Language: Oriya